ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ମତ୍ସ୍ୟ ସମ୍ପଦକୁ ମଧ୍ୟ ମଜବୁତ କରାଯାଉଛି। ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଦ୍ୱିଗୁଣିତ ହେବ । ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ହେକ୍ଟର ପିଛା ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ।

୫୫ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାଞ୍ଚଟି ଇଣ୍ଟିଗ୍ରେଟେଡ ଆକ୍ୱା ପାର୍କ ନିର୍ମାଣ କରାଯିବ।

 

Share