Categories: ଜାତୀୟ

୪୫ ମିନିଟ୍‌ ପର୍ଯ୍ୟନ୍ତ ଅକାଶରେ ଉଡ଼ିଲେ ମାଛ-ଚିଙ୍ଗୁଡ଼ି, ଆଉ ତାପରେ…

ଶ୍ରୀକାକୁଲମ୍‌, ୧୯।୭: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ୟାନାମ ଜିଲାରେ ଟର୍ନାଡୋ ଦେଖାଦେଇଛି। ଦେଶରେ ଏଭଳି ଘଟଣା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଟର୍ନାଡୋ ଯୋଗୁ ଏଠାରେ ଥିବା ମାଛପାଳନ କେନ୍ଦ୍ର ସମେତ ଅନ୍ୟ କେତେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ମାଛପାଳନ କେନ୍ଦ୍ରରେ ଥିବା ମାଛ, ଚିଙ୍ଗୁଡ଼ି ୪୫ ମିନିଟ୍‌ ଧରି ଆକାଶରେ ଉଡ଼ିବୁଲିଥିଲେ। ପରେ ଟର୍ନାଡୋ ବଙ୍ଗୋପସାଗର ମୁହାଁ ହୋଇଥିଲା। ଟର୍ନାଡୋ ପରେ ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଛ ଏବଂ ଚିଙ୍ଗୁଡ଼ି ପଡ଼ିଥିଲା। ଲୋକେ ଏସବୁକୁ ଘରକୁ ବୋହି ନେଇଯାଇଥିଲେ। ଏହାର ୫୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ସାଧାରଣତଃ ଏଭଳି ଟର୍ନାଡୋ ଆମେରିକା, ଟେକ୍ସାସ୍‌, ଅଲବାମା ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଦେଖାଦେଇଥାଏ।

Share