ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍‌: ଜଣେ ମୃତ, ତିନି ଗୁରୁତର

ବାଲେଶ୍ୱର ଅଫିସ ୧୨।୪: ବାଲେଶ୍ୱର ଜିଲା ୬୦ ନଂ. ଯାତୀୟ ରାଜପଥ ରୁପ୍‌ସା ଥାନା ଅନ୍ତର୍ଗତ ମିରିଗୀଗୁଣ୍ଡି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ଆଉ ଏକ ମାଛ ବୋଝେଇ ଟ୍ରକ୍‌ ଧକ୍କାଦେବାରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଜାତୀୟ ରାଜପଥ ପାଟ୍ରୋଲିଂ ଅଧିକାରୀ ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛନ୍ତି। ରୂପସା ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ମାଛ ବୋଝେଇ ଟ୍ରକ୍‌ଟି ଅସ୍ତରଙ୍ଗରୁ ଦୀଘା ଅଭିମୁଖେ ଯାଉଥିବା ବେଳେ ମିରିଗୀଗୁଣ୍ଡି ଛକ ନିକଟରେ ଏକ ଟ୍ରକ୍‌ ପଛ ପଟୁ ଧକ୍କା ଦେଇଥିଲା।