ବାଲେଶ୍ୱର ଅଫିସ, ୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗ ହୋଇଛି। ନାବାଳକଙ୍କୁ ଦୋକାନରେ ରଖି କାମ କରାଉଥିବା ବେଳେ ମାଲିକଙ୍କୁ ନ ଜଣାଇ ସେ ଦୋକାନରୁ ମାଛ ବିକ୍ରି କରିଦେଇଥିଲେ। ଏହା ଜାଣିବା ପରେ ମାଲିକ ନାବାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ବର ଜି. କେ ଭଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ନାବାଳକଙ୍କୁ ସେକ ଅବ୍ଦୁଲ, ଲାଦ ଓ ମିନା ବିବି ତିନି ଜଣ ମିଶି ବସ୍ତି ମଧ୍ୟରେ ଏକ ଗଛରେ ବାନ୍ଧ ମାରୁଥିବା ସହ ଅଧା ଲଣ୍ଡାକରି ଦେଇଥିଲେ। ଏହା ତାଙ୍କ ମା’ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ନସୀମା ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଅଯାଇନ ଥିବା ଜଣାପଡ଼ିଛି।