୨୪ଆଖି ଥିବା ଭୟଙ୍କର ମାଛ: ଖାଇଲେ ହୋଇଥାଏ ହୃଦ୍‌ଘାତ, ପକ୍ଷାଘାତ ପରି ରୋଗ

ହଂକଂ,୨୬ା୪: ହଂକଂର ବାପ୍ଟିଷ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜେଲିଫିସ୍‌ ପ୍ରଜାତିର ଏପରି ଏକ ମାଛ ଆବିଷ୍କାର କରିଛନ୍ତି, ଯାହା କେବଳ ଦେଖିବା ପାଇଁ ଅତୁଳନୀୟ ନୁହେଁ ବରଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ମାଛ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ କହିଛନ୍ତି, ଏହି ମାଛ ଏକ ନୂତନ ପ୍ରଜାତିର। ଅତ୍ୟଧିକ ବିଷାକ୍ତ ଜେଲିଫିସ୍‌ ପରି ଅଟେ।

ହଂକଂର ମାଇ ପୋ ରିଜର୍ଭରେ ଥିବା ଏକ ଛୋଟ ପୋଖରୀରେ ଏହି ପ୍ରଜାତିର ଜେଲିଫିସ ଦେଖିବାକୁ ମିଳିଛି। ଏହାର ଆକୃତି ଅତ୍ୟନ୍ତ ଅନନ୍ୟ। ମାଛର ଶରୀର ଏକ ଇଞ୍ଚରୁ କମ୍‌ ଏବଂ ସ୍ବଚ୍ଛ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହାର ତିନୋଟି ଗୋଡ଼ ଅଛି, ଯାହା ଲମ୍ବ ୧୦ ସେମି ପର୍ଯ୍ୟନ୍ତ ବଢ଼ିପାରେ। ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ୨୪ଟି ଆଖି ଅଛି, ଯାହା ପ୍ରତ୍ୟେକର ଚାରୋଟି ଗୋଷ୍ଠୀରେ ବିଭକ୍ତ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହାର ଲମ୍ବା ଏବଂ ପତଳା ଗୋଡ଼ରେ ବିଷ ଥାଏ। ଏହି ବିଷ ଏତେ ବିପଜ୍ଜନକ ଯେ, କିଛି ମିନିଟ୍‌ ମଧ୍ୟରେ ଜଣେ ବ୍ୟକ୍ତି ହୃଦ୍‌ଘାତ କିମ୍ବା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇପାରେ। ଏହା ମୃତ୍ୟୁର କାରଣ ହୋଇପାରେ। ଏହି ଜେଲିଫିସ୍‌ର ଏକ ବଡ଼ ପ୍ରଜାତି ହେଉଛି ଅଷ୍ଟ୍ରେଲୀୟ ବକ୍ସ ଜେଲିଫିସ୍‌, ଦୁନିଆର ସବୁଠାରୁ ବିଷାକ୍ତ ସାମୁଦ୍ରିକ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହାର ଆଖି ସମ୍ବେଦନଶୀଳ ଅଙ୍ଗରେ ଲୁଚି ରହିଥାଏ, ଯାହାକୁ ରୋପାଲିୟମ କୁହାଯାଏ।

Share