Categories: ଫୁରସତ

ମାଛ ଭିତରେ ମାଛ

ଘରେ ଛୋଟ ଛୋଟ ଆକ୍ୱାରିୟମ୍‌ ରଖିବାକୁ ଅନେକେ ପସନ୍ଦ କରନ୍ତି। ସୁନ୍ଦର ରଙ୍ଗିନ ମାଛ ଗୁଡ଼ିକୁ ଦେଖିଦେଲେ ଅବସାଦ, ଦୁଃଖ ଅନେକାଂଶରେ କମିଯାଏ। ସେଥିପାଇଁ ବିଭିନ୍ନ ପ୍ରକାର ଡିଜାଇନ୍‌ର ଆକ୍ୱାରିୟମ ବଜାରରେ ଉପଲବ୍ଧ ହୁଏ। ତେବେ ଜମ୍ମୁରେ ଅଛି ଏଭଳି ଏକ ଆକ୍ୱାରିୟମ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହା ଦେଶର ଏକ ସବୁଠାରୁ ଭଲ ଆକ୍ୱାରିୟମ। ଏଠାରେ ୪୦୦ ପ୍ରଜାତିର ସୁନ୍ଦର ସୁନ୍ଦର ମାଛଙ୍କୁ ରଖାଯାଇଛି। ଆଉ ଏହି ଆକ୍ୱାରିୟମର ଖାସ୍‌ କଥା ହେଲା ଆକ୍ୱାରିୟମ୍‌ ଗୃହଟି ଏକ ବଡ଼ ମାଛ ଆକୃତିର, ଯାହାର ଲମ୍ବ ୬୫୬ ଫୁଟ। ଉକ୍ତ ମାଛ ଆକ୍ୱାରିୟମ୍‌ର ପାଟି ଆଁ ହୋଇ ରହିଥାଏ। ଆଉ ତା’ରି ଭିତରେ ପଶି ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ କରିବାକୁ ହୁଏ। ଏହା ଭାରତର ସବୁଠାରୁ ବଡ଼ ଅଣ୍ଡର ଗ୍ରାଉଣ୍ଡ ଆକ୍ୱାରିମୟମ ମଧ୍ୟ। ମାଛ ଆକୃତିର ଉକ୍ତ ଆକ୍ୱାରିୟମ ଭିତରେ ୨୪ଟି ଆକ୍ୱାରିୟମ ଗୁମ୍ଫା ଅଛି। ଯାହା ଭିତରେ ବ୍ଲାକ ମୁର, ପିରାନ୍ହା, ବବଲ୍‌ ଆଈ, ଶାର୍କ କ୍ୟାଟ୍‌ଫିଶ୍‌ ପରି ଅନେକ ପ୍ରଜାତିର ମାଛ ଅଛନ୍ତି।

Share