Categories: ଅନୁଗୋଳ

ବନ ବିଭାଗର ନାଲିଆଖିରେ ମତ୍ସ୍ୟଜୀବୀ ଅତିଷ୍ଠ

ଅନୁଗୋଳ ଅଫିସ, ୨୩।୧୨:  ଅନୁଗୋଳ ଜିଲା ସାତକୋଶିଆ ମହାନଦୀ ଗଣ୍ଡ ଅଞ୍ଚଳରେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର ବାରମ୍ବାର ନାଲିଆଖି ଅତିଷ୍ଠ କରୁଛି। ମାଛ ଧରିବାରେ କଟକଣା ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ମାଛ ଧରି ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ତଥାପି ବନବିଭାଗର ତାଗିଦା ବଢ଼ି ଚାଲିଛି। ଆଇନ୍‌କାନୁନ୍‌ ଆଳରେ ବିକଳ୍ପ ବ୍ୟବସ୍ଥା ନ କରି ଜୀବିକାକୁ ଧ୍ୱଂସ କରିବାର ପ୍ରଚେଷ୍ଟାକୁ ସାତକୋଶିଆ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବିରାଧ କରାଯାଇଛି। ବୁଧବାର ରାମିଡହଠାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜୀବିକାର ସୁରକ୍ଷା ପାଇଁ ଜିଲା ପ୍ରଶାସନକୁ ଲିଖିତଭାବେ ଜଣାଇବା ସହ ଆବଶ୍ୟକସ୍ଥଳେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ ସଂଘ କର୍ମକର୍ତ୍ତା ରବୀନ୍ଦ୍ର ବାରିକ, ଅରୁଣ ବେହେରା, ଜ୍ଞାନରଞ୍ଜନ ସାହୁ, ଦଣ୍ଡଧର ନାୟକ, ସୁଦର୍ଶନ ବେହେରା, ଚେରୁ ସେଠ ପ୍ରମୁଖ ପ୍ରକାଶ କରିନ୍ତି।