ପାରାଦୀପରେ ମତ୍ସଜୀବୀ ନିଖୋଜ ଘଟଣା: ଉଦ୍ଧାର ହେଲେ ୭ଜଣ

ଭୁବନେଶ୍ୱର,୨।୮: ପାରାଦୀପ ନେହେରୁବଙ୍ଗଳାରେ ମୁହାଁଣରେ ଫସିଥିବା ଟ୍ରଲର ଉଦ୍ଧାର ହୋଇଛି। ଦୁଇ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ୭ଜଣ ମତ୍ସ୍ୟଜୀବୀ। ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି।

ସୂଚନାଥାଉ କି, ସ୍ଥାନୀୟ ନେହେରୁବଙ୍ଗଳା ମୁହାଣ ମୁହଁରେ ଶୁକ୍ରବାର ଘଟିଛି ଅଘଟଣ । ୭ ଜଣ ମତ୍ସଜୀବୀ ନିଖୋଜ ହୋଇ ଯାଇଥିଲେ। ଶୁକ୍ରବାର ସଂଧ୍ୟାରେ ଶ୍ରୀକ୍ଷେତ୍ର-୩ ବୋଟ୍ଟି ମାଛ ଧରି ଫେରୁଥିବାବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା। ପାଖରେ ଥିବା ବୋଟ ଗୋପାଳଜୀଉ ବୋଟ ତାକୁ ଏକ ଦଉଡି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ ମୁହଁରେ ହଠାତ ଦଉଡିଟି ଛିଡି ଯାଇଥିଲା।

Share