ରାଜନଗର,୧୨ା୧୨(ଡି.ଏନ.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରା ଚାଲିଛି। ଏପରି ଅଭିଯୋଗ ହେବା ପରେ ଶୁକ୍ରବାର ରାଜନଗର ବନ ବିଭାଗ ୫ ଟ୍ରଲରକୁ ଧରିଛି। ସେଥିରେ ଥିବା ୨୯ କୁଇଣ୍ଟାଲ ମାଛ, ମୃତ ବିରଳ ଅଲିଭ ରିଡଲେ କଇଁଛକୁ ଜବତ କରିଛି। ଏହି ଘଟଣାରେ ୩୬ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
ଏବେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ। ସେଥିପାଇଁ ଟ୍ରଲର ଚଳାଚଳକୁ ନିଷିଦ୍ଧ କରାଯାଇଛି। ହେଲେ ବନବିଭାଗର ଏହି ଆଇନକୁ ବେଖାତିର କରି ଟ୍ରଲରଗୁଡିକ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରି ମାଛ ଧରୁଛନ୍ତି। ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗହୀରମଥା ରେଞ୍ଜ ଅଫିସର ଦେବାଶିଷ ଭୋଇ ଓ ଫରେଷ୍ଟର ନିର୍ମଳ ଚରଣ ନାୟକଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଛନ୍ତି। ଶୁକ୍ରବାର ଏହି ପାଟ୍ରେଲିଂ ଟିମ୍ ୫ଟି ଟ୍ରଲର ଜବତ କରିଛି। ଆକବରୀ-୨ ଟ୍ରଲରରୁ ୭ଜଣ ମସତ୍ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ୮ କୁଇଣ୍ଟାଲ ମାଛ, ୮ଟି ଟ୍ରଲିଂନେଟ ଓ ୫୫କେଜି ଓଜନର ମୃତ ଅଲିଭ ରିଡଲେ କଇଁଛ ଜବତ କରାଯାଇଛି। ଗଙ୍ଗାପୁତ୍ର ଟ୍ରଲରରୁ ୬ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି ଓ ସେହି ଟ୍ରଲରରୁ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂନେଟ ଜବତ କରାଯାଇଛି। ଦେବୀ ପାର୍ବତୀ ଟ୍ରଲରରୁ ୬ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବା ବେଳେ ୧୫ କୁଇଣ୍ଟାଲ ମାଛ, ୧୦ଟି ଟ୍ରଲିଂ ନେଟ ଜବତ କରାଯାଇଛି। ଆକବରୀ-୩ ଟ୍ରଲରରୁ ୮ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂ ନେଟ ଜବତ କରାଯାଇଛି। ଓଁ ଗାଦିବ୍ରହ୍ମ ଟ୍ରଲରରୁ ଦେଢ କୁଇଣ୍ଟାଲ ମାଛ ଓ ୧୧ ଟ୍ରଲିଂ ନେଟ ଜବତ କରାଯାଇଛି। ଗିରଫ ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନଭେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ଗହୀରମଥା ନିଷିଦ୍ଧାଞ୍ଚଳରୁ ୧୦ ଟ୍ରଲରକୁ ଜବତ କରାଯିବା ସହିତ ୬୦ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି।
Posted inଆମ ଜିଲା ଖବର, ନୟାଗଡ଼ View All
ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…
ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...
କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ
ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ
ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...
ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ
ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
Archives


