କୋଣାର୍କ,୩୧ା୧(ଡି.ଏନ୍.ଏ.): ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ମାରୁଥିବାରୁ ୪ ଟ୍ରଲର ଜବତ କରାଯାଇଥିବା ବେଳେ ୩୦ କର୍ମଚାରୀ ଅଟକ ରହିଛନ୍ତି। ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଥିବା ଜଣାପଡ଼ିଛି। ୩୦ ଜଣ ଟ୍ରଲର କର୍ମଚାରୀଙ୍କୁ ଅଟକ ରଖାଯାଇଛି ।
ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଟ୍ରଲରରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । ଜବତ ଟ୍ରଲରଗୁଡ଼ିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ ଚାଲିଛି। ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାଶଙ୍କ ନେତୃତ୍ୱରେ ବନବିଭାଗ ଓ କୋଷ୍ଟଗାର୍ଡ ଯବାନଙ୍କ ମିଳିତ ଚଢ଼ାଉ ହୋଇଥିଲା।