ପାରାଦୀପ,୧୫।୬(ସ୍ବ.ପ୍ର.): ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା। ଫଳରେ ବୁଧବାରଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି। ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ମତ୍ସଜୀବୀ। ତେବେ ପ୍ରଜନନ ଋତୁ ପାଇଁ ପାରାଦୀପ ବନ୍ଦରରେ ମାଛଧରା ଉପରେ କଟକଣା ଲଗାଇଯାଇଥିଲା। ଦୀର୍ଘ ଦିନ ପରେ ଏହି କଟକଣା ଉଠିଥିବାରୁ ମତ୍ସ୍ୟଜୀବୀ ବେଶ ଖୁସି ଅଛନ୍ତି। ମୌସୁମୀ ଆସିଲେ ଭଲ ମାଛ ମିଳିବାର ସମ୍ଭାବନା ରହିଥିବାରୁ ସେମାନେ ଆଶା କରୁଛନ୍ତି।