‘ବାଘ ନୁହେଁ ଫିଶିଂକ୍ୟାଟ୍‌’

ଚାନ୍ଦବାଲି, ୨୫।୭ (ଅଶୋକ କୁମାର ପଣ୍ଡା)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜ ସମ୍ମୁଖ ପଡ଼ିଆରେ ଦୁଇଟି ଚିତାବାଘ ଥିବା ଖବର ସୋମବାର ପ୍ରଚାରିତ ହୋଇଥିଲା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବରପାଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ସେଠାରେ ପହଞ୍ଚତ୍ବା ବେଳକୁ ନିକଟସ୍ଥ କିଆବୁଦାରେ ଲୁଚି ଯାଇଥିଲେ। ତେବେ ଲୋକେ ଉଠାଇଥିବା ଫଟୋ ଓ ଭିଡିଓରୁ ୨ଟି ଫିଶିଂକ୍ୟାଟ ବୋଲି ରେଞ୍ଜର ତ୍ରିଲୋଚନ ବେହେରା କହିଛନ୍ତି। ୪ ମାସ ତଳେ ପଡ଼ୋଶୀ ଭାଟପଡ଼ା ପଞ୍ଚାୟତର ଉଗ୍ରତରା ନିକଟରେ ଏହି ଫିଶିଂକ୍ୟାଟ୍‌ ଦେଖାଯାଇଥିଲା। ଉକ୍ତ ଅଞ୍ଚଳକୁ ଦୁଇଟି ଫିଶିଂକ୍ୟାଟ୍‌ ଆସିଥିବା ସେ କହିଛନ୍ତି। ଉପକୂଳବର୍ତ୍ତୀ ଲୁଣା ଅଞ୍ଚଳରେ ଏହି ଫିଶିଂକ୍ୟାଟ୍‌ ଦେଖାଦେଉଥିବା ବେଳେ ଖାଦ୍ୟ ଅନୁସନ୍ଧାନରେ ଗ୍ରାମାଞ୍ଚଳକୁ ପଶି ଆସିଥିବା ଅନୁମାନ କରାଯାଉଛି।

Share