ଫିଟ୍‌ନେସ୍‌ ମନ୍ତ୍ର

ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କଠାରେ ବିଶେଷ କରି ମହିଳାଙ୍କଠାରେ
ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ ା ଏମିତିରେ ଦୈନିକ କିଛି ସମୟ ଯୋଗ କରିବା
ସ୍ବାସ୍ଥ୍ୟପକ୍ଷେ ବରଦାନ ସଦୃଶ…

ବର୍ତ୍ତମାନ ଶାରୀରିକ ପରିଶ୍ରମ କମ୍‌ ହେବା ଯୋଗୁ ଅଧିକାଂଶ ଗୃହିଣୀଙ୍କଠାରେ ମେଦବହୁଳତା ହେତୁ ହେଉ କିମ୍ବା ଡେସ୍କଜବ୍‌ କରୁଥିବା ମହିଳା ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହୁଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ତେବେ ଏମିତିରେ କର୍ମଜୀବୀ ହୁଅନ୍ତୁ ଅବା ଗୃହିଣୀ, ପ୍ରତ୍ୟେକଙ୍କ ଲାଗି ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ବେଶ୍‌ ଉପକାରୀ। ଏହା ଦ୍ୱାରା ଶରୀରର ପଞ୍ଚ ଇନ୍ଦ୍ରିୟ, ସ୍ନାୟୁତନ୍ତ୍ର, ରକ୍ତ ନାଡ଼ି, ଶ୍ୱାସକ୍ରିୟା ଆଦି ସୂଚାରୁ ରୂପେ ସଞ୍ଚାଳନ ହେବା ସହ ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆତ୍ମିକ ସବୁ କ୍ଷେତ୍ରର ବିକାଶ ସମ୍ଭବ ହୋଇଥାଏ। ଜାଣନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ…
କମାଏ ମାନସିକ ଚିନ୍ତା: ପାରିବାରିକ ହେଉ ବା କର୍ମମୟ ଜୀବନର ଜଞ୍ଜାଳ ଅନେକ ମହିଳାଙ୍କଠାରେ ମାନସିକ ଚିନ୍ତାର କାରଣ ସାଜିଥାଏ। ଏ କ୍ଷେତ୍ରରେ ନିୟମିତ ଯୋଗାସନ କରିବା ଦ୍ବାରା ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ। ଫଳରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇ ଚିଡ଼ିଚିଡ଼ାପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ।
ଦିଏ ପୀଡ଼ାରୁ ମୁକ୍ତି: ଋତୁସ୍ରାବ ବିରତି ପରେ ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ହେଲେ ଯୋଗାସନ କରିବା ଦ୍ୱାରା ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧି ପାଉଥିବାରୁ ଶାରୀରିକ ପୀଡ଼ା ବିଶେଷକରି ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ସେହିପରି ଯେଉଁ ମହିଳାମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ଠିଆ ହୋଇ ରୋଷେଇ କରୁଛନ୍ତି, ବସି ଅଫିସ କାମ କରୁଛନ୍ତି କିମ୍ବା ଗାଡ଼ି ଚଳାଉଛନ୍ତି ସେମାନେ ନିୟମିତ ଯୋଗ କରିବା ଜରୁରୀ। କାରଣ ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ ନୀରୋଗ, ଗତିଶୀଳ, ଉତ୍ସାହୀ, ଖୁସି ରଖିଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନଶକ୍ତି ବୃଦ୍ଧି ପାଇଥାଏ। ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ। କେବଳ ଏତିକି ନୁହେଁ, ନିୟମିତ ଯୋଗ କରିବା ଦ୍ବାରା ସ୍ତନ କର୍କଟ ଆଶଙ୍କା ମଧ୍ୟ କମିଥାଏ।
ରକ୍ତ ସଞ୍ଚାଳନ ଠିକ୍‌ କରାଏ: ବର୍ତ୍ତମାନ ମେଦବହୁଳତା ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ଼ ସମସ୍ୟା ପାଲଟିଛି। ଏଣୁ ଏଥିଯୋଗୁ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ସମସ୍ୟା ଦେଖାଦେଉଛି। ସୁଚାରୁ ରୂପେ ଶ୍ୱାସ ପ୍ରକ୍ରିୟାର ସମ୍ପାଦନ କରିବାରେ ବି ଯୋଗାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମୋଟାପଣ ଯୋଗୁ ଶରୀରରେ ଚର୍ବି ଜମି ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଉଛି। ଫଳରେ ଆଣ୍ଠୁଗଣ୍ଠି ବ୍ୟଥାରୁ ଆରମ୍ଭ କରି ହୃଦ୍‌ରୋଗ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଉପୁଜୁଛି। ତେଣୁ ଏସବୁ କମାଇ ଶରୀରକୁ ଫିଟ୍‌ ରଖିବା ଲାଗି ଯୋଗାସନ ବେଶ୍‌ ଉପକାରୀ। ଏହାଦ୍ବାରା ହାର୍ଟ, ଧମନୀ ସୁସ୍ଥ ରହିଥାଏ ଏବଂ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁ ରୂପେ ହୋଇଥାଏ। ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବର ପରିମାଣ ନିୟନ୍ତ୍ରଣରେ ରହିବା ଯୋଗୁ ତ୍ବଚା ଏବଂ ଅଙ୍ଗଗୁଡ଼ିକ ମଧ୍ୟ ସୁସ୍ଥ ରହିଥାଏ। ଏହାଦ୍ୱାରା ହୃଦ୍‌ରୋଗ ଆଶଙ୍କା କମିଥାଏ।
ବଢ଼ାଏ କାର୍ଯ୍ୟଦକ୍ଷତା: ଏହା ମଣିଷକୁ ଶକ୍ତି ଯୋଗାଏ, ଯାହାକି ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ସହନଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ମାଂସପେଶୀଗୁଡ଼ିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ନିଦ୍ରାହୀନତା ଭୋଗୁଥିବା ମହିଳାଙ୍କ ଲାଗି ଏହା ଅତି ଉତ୍ତମ।
ବଢ଼ାଏ ସୌନ୍ଦର୍ଯ୍ୟ: ପ୍ରତିଦିନ ଯୋଗ କରିବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଶରୀରରେ ଥିବା ଅନାବଶ୍ୟକ ଚର୍ବିକୁ ହ୍ରାସ କରି ଶାରୀରିକ ଗଠନକୁ ସୁଠାମ କରିଥାଏ। ଯୋଗ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ଦ୍ୱାରା ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିଥାଏ। ସେହିପରି କେଶ ଝଡ଼ିବା, ଛିଣ୍ଡିବା ଆଦି ଦୂର କରି କେଶକୁ କଳା ଓ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।

ସାବଧାନତା
ଯଦିଓ ଯୋଗ କରିବା ସୁସ୍ଥ ଜୀବନ ପାଇଁ ବେଶ୍‌ ଜରୁରୀ, ହେଲେ ଯୋଗ କରିବା ସମୟରେ କେତେକ ଦିଗ ପ୍ରତି ଯତ୍ନଶୀଳ ନ ହେଲେ ଏହାର ସୁଫଳ ମିଳିବା ବଦଳରେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣି ରଖନ୍ତୁ ଏ ସମ୍ପର୍କରେ…
ଯୋଗ କରିବା ଲାଗି ଠିକ୍‌ ସମୟ ବାଛନ୍ତୁ। ସୂର୍ଯ୍ୟୋଦୟର ଅଧ ଘଣ୍ଟା ପୂର୍ବରୁ ସୂର୍ଯ୍ୟୋଦୟର ଏକ ଘଣ୍ଟା ପର୍ଯ୍ୟନ୍ତ ଦେଢ଼ ଘଣ୍ଟା ସମୟ ଏଥିପାଇଁ ସବୁଠୁ ଉତ୍ତମ। ଖାଇବା ପରେ ଆଦୌ ଯୋଗ କରନ୍ତୁ ନାହିଁ। ଯୋଗ କରିବା ବେଳେ ତରତର ହୁଅନ୍ତୁ ନାହିଁ। ପ୍ରଥମେ ପ୍ରଥମେ ଆରମ୍ଭ କରୁଥିଲେ ଶୀଘ୍ର ସୁଫଳ ମିଳିବା ଲୋଭରେ ଏକାସଙ୍ଗେ ବହୁତ ଯୋଗାସନ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ। କାରଣ ଆବଶ୍ୟକତାଠାରୁ ଅଧିକ ଯୋଗ ଏକାଦିନେ କରିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ମନେରଖନ୍ତୁ, ଯଦି ଆପଣ ଗର୍ଭବତୀ ତେବେ ଏ ସମୟରେ କେଉଁ ଯୋଗ କରିବା ଦରକାର ଏକ୍ସପର୍ଟଙ୍କ ପରାମର୍ଶ ନେବାପରେ କରନ୍ତୁ। ଋତୁସ୍ରାବ ସମୟରେ ମଧ୍ୟ ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ଯୋଗର ଠିକ୍‌ ଲାଭ ଉଠାଇବାକୁ ଚାହୁଁଥିଲେ ଖାଦ୍ୟପେୟ ପ୍ରତି ମଧ୍ୟ ଯତ୍ନଶୀଳ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri