ଫୁସ୍ଫୁସ୍ଜନିତ ସମସ୍ୟାକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାର ଏକ ସରଳ ଉପାୟ ରହିଛି, ତାହା ପୁଣି ହାତପାଆନ୍ତାରେ। କଥା କ’ଣ କି, ଯଦି ଆପଣ ନିଜ ଫିଟ୍ନେସକୁ ନେଇ ବେଶ୍ ସଚେତନ, ତେବେ ଭବିଷ୍ୟତରେ ଆପଣ ଫୁସ୍ଫୁସ୍ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ଯଥେଷ୍ଟ କମ୍ ରହିଛି। ‘ଫିିଟ୍ନେସ ଏବଂ ଫୁସ୍ଫୁସ୍ଜନିତ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଏକଥା ଜଣାପଡିଛି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ନିୟମିତ ବ୍ୟାୟାମ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଫୁସ୍ଫୁସ୍ଜନିତ ସମସ୍ୟା ଦେଖିବାକୁ ମିଳି ନ ଥିଲା ବୋଲି ରିପୋର୍ଟରୁ ଜଣାପଡିଛି।