ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ

ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର, ସିଏଚ. ଶେଖର,
ବି. ଚେନେୟା, ନିମଖଣ୍ଡି ଥାନା ଅଞ୍ଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର।

ସୂଚନାଯୋଗ୍ୟ, କିଛିଦିନ ତଳେ ସେନା କର୍ମଚାରୀ ଜେ.ଡିଲେଶ୍ୱରଙ୍କର ଝିଅଟିଏ ହୋଇଥିଲା। ତାଙ୍କୁ ଦେଖିବା ପାଇଁ ସେ ଛୁଟିରେ ଘରକୁ ଆସିଥିଲେ।
ଡିସେମ୍ବର ୩ରେ କାଳିପଲ୍ଲୀ ଗ୍ରାମର ସେନା କର୍ମଚାରୀ ଜେ.ଡିଲେଶ୍ୱର ପାତ୍ର ଗୋପାଳପୁରରୁ କ୍ରିକେଟ ଖେଳ ଦେଖି ଘରକୁ ଫେରୁଥିବାବେଳେ ରାତି ୮.୩୦ରେ କିଛି ଜଣ ଦୁର୍ବୃତ୍ତ ହରିପୁର ଛକ ନିକଟରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାେରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ବର ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାମ୍ବାଦିକ ସମିଳନୀ କରି ଗଞ୍ଜାମ ଏସପି ଜଗମୋହନ ମିନା କହିଛନ୍ତି, ଏବେ ବି ଘଟଣାର ତଦନ୍ତ ଜାରି ରହିଛି। ହତ୍ୟା ଘଟଣାରେ ଆଗକୁ ଯେଉଁମାନଙ୍କର ସମ୍ପୃକ୍ତି ଆସିବ ସେମାନଙ୍କୁ ଗିରଫ କରାଯିବ। ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ସବୁବେଳେ ତିକ୍ତତା ରହି ଆସୁଥିଲା। ଗୋଟିଏ ଗୋଷ୍ଠୀର ଲିଡ ନେଉଥିଲେ ଶେଖର ଓ ଅନ୍ୟ ଗୋଷ୍ଠୀର ଡ଼ିଲେଶର। ତେବେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ହେବାରୁ ଡିଲେଶ୍ୱରଙ୍କୁ ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ କରିଛି ବୋଲି ଏସପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image