ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ୩ଟି ଚୋରି ଘଟଣାରେ ଦୁଇ ଭାଇଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ର ଦୁଇ ଭାଇ ଆର.ଭଗବାନ ଓ ଆର.ଭାସ୍କର। ଅନ୍ୟ ଅଭିଯୁକ୍ତ ମାନେହେଲେ ଆର.କାଳିଆ, ଆର.ବିକ୍ରାନ୍ତ ଏବଂ ଆର. ଅଜୁ। ସେମାନଙ୍କ ନିକଟରୁ ସୁନା ଚେନ, କାନଫୁଲ, ରୂପା ଅଳଙ୍କାର, ପିତ୍ତଳ ରୁଖା, ଥାଳି ପ୍ରଭୃତି ଜବତ କରାଯାଇଛି। ଥାନା ମାମଲା ନଂ.୫୦/୨୫,୫୧/୨୫ ଏବଂ ୫୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସୁଧୀର କୁମାର ନାୟକ ଜଣାଇଛନ୍ତି। ଗତ ୨୦ ତାରିଖରୁ ୨୪ ତାରିଖ ମଧ୍ୟରେ ଏସ୍.ରଘୁନାଥପୁର ଏବଂ ବଡିଆଓସ୍ତା ଗ୍ରାମରେ ସିରିଜ ଚୋରି ହୋଇଥିଲା। ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।