Advertisement
Categories: ଜାତୀୟ

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ ବୁଧବାର ପଠାଯାଇଛି। ତେବେ ଅନ୍ନଦାତା ଏହାକୁ ଗ୍ରହଣ କରିବାକୁ ମନା କରିବା ସହିତ ଆଇନ ହଟାଇବା ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ବୁଧବାର ହେବାକୁ ଥିବା ଆଲୋଚନାକୁ ବାତିଲ କରାଯାଇଛି। ସରକାରଙ୍କ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଲାଗି ଆଶ୍ୱାସନା ଦିଆଯାଇଛି। ସେହିପରି କୃଷି ଉତ୍ପାଦ ମାର୍କେଟ କମିଟିକୁ ସୁଦୃଢ଼ କରିବା, ନିଜ ମଣ୍ଡିରେ ପଞ୍ଜିକରଣ ଅନିବାର୍ଯ୍ୟ, ଘରୋଇ କମ୍ପାନୀଗୁଡ଼ିକ ଉପରେ ଟିକସ ଏବଂ ଚାଷୀ ସଂଗଠନକୁ କୋର୍ଟକୁ ଯିବାର ଅଧିକାର ଦେବାକୁ ଆଶ୍ୱାସନା ଦିଆଯାଇଛି। ଗତ ୬୦ ବର୍ଷ ଧରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରଖାଯିବ ବୋଲି ଚିଠିରେ ସରକାର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ଅନ୍ନଦାତା ଏହାକୁ ଗ୍ରହଣ କରି ନାହାନ୍ତି।

Share