ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ରାଜଧାନୀରେ ବି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜଧାନୀର ଭୁବନେଶ୍ୱରର ୫ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍ସି।
ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ଅଞ୍ଚଳ ସମେତ ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି। ଏହାବ୍ୟତୀତ ବିଷ୍ଣୁନଗର, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳକୁ ମଧ୍ୟ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି।