Categories: ଜାତୀୟ

ବନ୍ଦ ଘରୁ ମିଳିଲା ୫ ମୃତଦେହ, ଅଚେତ ଅବସ୍ଥାରେ ୨ ବର୍ଷର ଶିଶୁ ଉଦ୍ଧାର

ବେଙ୍ଗାଲୁରୁ,୧୯ା୯: ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଥାନା ଅଞ୍ଚଳରେ ଏକ ଘରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ ରହିଛନ୍ତି। ପ୍ରାୟ ୪ ଦିନ ତଳେ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ପାରିବାରିକ କଳହରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ଭାରତୀ(୫୧), ତାଙ୍କ ଝିଅ ସିଞ୍ଚାନା(୩୪) ଏବଂ ସିନ୍ଧୁରାଣୀ(୩୪), ପୁଅ ମଧୁସାଗର(୨୫) ଏବଂ ଶିଶୁପୁତ୍ର। ତେବେ ଘଟଣାସ୍ଥଳରେ ଭାରତୀଙ୍କ ସ୍ବାମୀ ନ ଥିବା ବେଳେ ଜଣେ ୨ ବର୍ଷୀୟା ଶିଶୁ କନ୍ୟାଙ୍କୁ ଉକ୍ତ ଘରୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀଙ୍କ ଘର ପଛପଟୁ ବନ୍ଦ ରହିବା ଏବଂ ସେ ଫୋନ୍‌ ନ ଉଠାଇବାରୁ ଘର ମାଲିକ ପୋଲିସକୁ ଖବର ଦେଇଥିଲେ।

Share