ବଲିଉଡ୍ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ସ୍ଥାନ କେଉଁଠି ତାହା କହିବା ବାହୁଲ୍ୟ। ଦିନ ଥିଲା, ସିନେମାଟିଏ ପାଇବାକୁ ତାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡୁଥିଲା। କିନ୍ତୁ ନିଜର ଅଭିନୟ ଦକ୍ଷତା ବଳରେ ସେ ହିନ୍ଦୀ ସିନେମା ଜଗତରେ ଯେଉଁ ସ୍ଥାନର ଅଧିକାରୀ ହୋଇପାରିଛନ୍ତି, ଯାହା ପୂରଣ ହେବା ସହଜ ନୁହେଁ। ନିକଟରେ ସେ ମହାମାରୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଅମିତାଭଙ୍କ ବିବାହ ପଛରେ ଏକ ମଜାଦାର କାହାଣୀ ଲୁଚି ରହିଛି। ସେ ଜୟା ବଚ୍ଚନ (ସେ ସମୟରେ ଜୟା ଭାଦୁଡି ନାମରେ ପରିଚିତା ଥିଲେ)ଙ୍କୁ ପ୍ରେମ ବିବାହ କରିଥିଲେ। ସେତେବେଳେ ଜୟା ପୁଣେ ଫିଲ୍ମ ଇନ୍ଷ୍ଟିୁଚ୍ୟଟ୍ରେ ପଢ଼ୁଥିଲେ। ଥରେ ଅମିତାଭ ଅଭିନୟ କରୁଥିବା ‘ସାତ ହିନ୍ଦୁସ୍ତାନୀ’ର ଶୁଟିଂ ଉକ୍ତ ଇନ୍ଷ୍ଟିଚ୍ୟୁଟ ପରିସରରେ ହେଉଥାଏ। ଏହି ସମୟରେ ତାଙ୍କର ଜୟାଙ୍କ ସହ ଭେଟ ହୋଇଥିଲା। ବାସ୍, ତା’ପରେ ଦୁହେଁ ପ୍ରେମରେ ପଡିଯାଇଥିଲେ। ଶେଷରେ ହିନ୍ଦୀ ସିନେମା ଜଗତର ଏଙ୍ଗ୍ରୀ ମ୍ୟାନ୍ ନିଜ ପ୍ରେମିକାକୁ ୧୯୭୩ରେ ବିବାହ କରିଥିଲେ। ହେଲେ ସେହି ବିବାହ ଉତ୍ସବରେ ବଚ୍ଚନଙ୍କ ମାତ୍ର ପାଞ୍ଚ ଜଣ ବରଯାତ୍ରୀ ଯାଇଥିଲେ, ଯେଉଁଥିରେ ବଲିଉଡ୍ର ମାତ୍ର ଜଣେ-ଗୁଲଜାର ସାମିଲ ଥିଲେ। ହେଲେ ବିବାହ ପରେ ଆୟୋଜିତ ଏକ ବିଶାଳ ଭୋଜିରେ ବଲିଉଡ୍ର ରଥୀ ମହାରଥୀମାନେ ଯୋଗଦେଇଥିଲେ।