ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ୧୦ ଘରୋଇ କମ୍ପାନୀ ମଧ୍ୟରୁ ପାଞ୍ଚଟି କମ୍ପାନୀ ଗତ ସପ୍ତାହରେ ସେମାନଙ୍କର ମୋଟ ବଜାର ମୂଲ୍ୟରେ ୧,୦୧,୧୪୫.୦୯ କୋଟି ଟଙ୍କା ଯୋଡିଛନ୍ତି। ଏହି ସମୟରେ ସର୍ବାଧିକ ସମ୍ପତ୍ତି ଯୋଡିଥିବା କମ୍ପାନୀ ମଧ୍ୟରେ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ର ନାମ ସମ୍ପୃକ୍ତ ରହିଛିି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍, ଇନ୍ଫୋସିସ୍, ହିନ୍ଦୁସ୍ତାନ ୟୁନିଲ୍ଭର୍ ଲିମିଟେଡ୍ ଏବଂ ୱିପ୍ରୋ ପ୍ରମୁଖ ଲାଭକାରୀ କମ୍ପାନୀ ହୋଇଥିବାବେଳେ ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି, ବଜାଜ ଫାଇନାନ୍ସ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହି କ୍ରମରେ ପଛରେ ପଡିଛନ୍ତି। ଗତ ସପ୍ତାହର ବମ୍ବେ ଷ୍ଟକ୍ ମାର୍କେଟ (ବିଏସ୍ଇ) ର ମାନଦଣ୍ଡ ୧୧୨.୫୭ ପଏଣ୍ଟ କିମ୍ବା ୦.୧୦% ହାସଲ କରିଛନ୍ତି। ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) ର ବଜାର ମୂଲ୍ୟ ୩୦,୭୨୦.୬୨ କୋଟି ଟଙ୍କା ବୃଦ୍ଧି ପାଇ ୧୩,୫୭,୬୪୪.୩୩ କୋଟିରେ ପହଞ୍ଚତ୍ଛି। ବର୍ତ୍ତମାନ ଏହାର ମୂଲ୍ୟ ୧୬,୦୪,୧୫୪.୫୬ କୋଟି ଟଙ୍କାକୁ ନେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୧,୦୩୫.୯୫ କୋଟି ଟଙ୍କା ଯୋଡିଛି। ଇନ୍ଫୋସିସ୍ର ମୂଲ୍ୟ ୧୭,୬୫୬.୯୫ କୋଟି ଟଙ୍କା ବୃଦ୍ଧି ପାଇ ୭,୮୩,୭୭୯.୯୯ କୋଟି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ମୂଲ୍ୟ ୧୬,୦୦୦.୭୧ କୋଟିରୁ ୫,୪୦,୦୫୩.୫୫ କୋଟିରେ ପହଞ୍ଚିଛି। ୱିପ୍ରୋର ବଜାର ପୁଞ୍ଜୀକରଣ ୧୫,୭୩୦.୮୬ କୋଟି ଟଙ୍କା ବୃଦ୍ଧି ପାଇ ୩,୮୨,୮୫୭.୨୫ କୋଟିରେ ପହଞ୍ଚିଛି। ଅପରପକ୍ଷରେ ଏଚ୍ଡିଏଫ୍ସି ବ୍ୟାଙ୍କର ମୂଲ୍ୟ ୧୮,୬୧୯.୯୫ କୋଟି ଟଙ୍କା ହ୍ରାସ ପାଇ ୭,୯୭,୬୦୯.୯୪ କୋଟିରେ ପହଞ୍ଚିଛି। ଏଚ୍ଡିଏଫ୍ସିର ମୂଲ୍ୟ ୧୫,୦୮୩.୯୭ କୋଟି ଟଙ୍କା ହ୍ରାସ ପାଇ ୪,୫୮,୮୩୮.୮୯ କୋଟି ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୂଲ୍ୟ ୯,୭୨୭.୮୨ କୋଟି ହ୍ରାସ ପାଇ ୪,୦୭,୭୨୦.୮୮ କୋଟିରେ ପହଞ୍ଚତ୍ଛି। ବଜାଜ ଫାଇନାନ୍ସର ବଜାର କ୍ୟାପିଟାଲାଇଜେଶନ୍ ୩,୦୪୮.୧୫ କୋଟିରୁ ୪,୧୩,୫୪୬.୬୩ କୋଟି ଏବଂ ଆଇସିଆଇସିଆଇ ବ୍ୟାଙ୍କର ୪୭୬.୮୧ କୋଟି ଟଙ୍କା ହ୍ରାସ ପାଇ ୫,୦୫,୦୭୦.୩୩ କୋଟିରେ ରହିଛି। ଶ୍ରେଷ୍ଠ ୧୦ଟି ସଂସ୍ଥାର ର଼୍ୟାଙ୍କିଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ଇନ୍ଫୋସିସ୍, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି, ବଜାଜ ଫାଇନାନ୍ସ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୱିପ୍ରୋ ଏହି ସୂଚୀରେ ଆଗୁଆ ରହିଛି।