ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ। ବର୍ତ୍ତମାନ ଏହି ଧ୍ୱନୀ ପଛର କାରଣ ଜଣାପଡିଛି। ୧୫ବର୍ଷ ପରେ ଭାରତ ସମେତ ୫ଟି ଦେଶର ବୈଜ୍ଞାନିକ ଏହାର ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଏହି ଧ୍ୱନୀ ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ଉତ୍ପନ ହେଉଛି ବୋଲି ସେମାନେ ପ୍ରମାଣ କରିଛନ୍ତି।

ରେଡିଓ ଟେଲିସ୍କୋପ ସାହାଯ୍ୟରେ ଭାରତ, ଆମେରିକା, ୟୁରୋପ, ଚାଇନା ଏବଂ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ଧ୍ୱନୀ ପଛର ରହସ୍ୟକୁ ପ୍ରମାଣିତ କରିଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ନାସା ସ୍ବଷ୍ଟ କରିଥିଲା ଯେ, ମହାକାଶର କୌଣସି ଧ୍ୱନି ତରଙ୍ଗ ନାହିଁ। ମହାକାଶରେ ଆକାାଗଙ୍ଗାଥିବାରୁୁ କୌଣସି ଧ୍ୱନୀ ଶୁଭିବା ଅନୁମାନ ଠିକ୍‌ ନୁହେଁା ଗାଲାକ୍ସି କ୍ଲଷ୍ଟରରେ ଏତେମାତ୍ରାରେ ଗ୍ୟାସ ଅଛି ଯାହା ପ୍ରକୃତ ଧ୍ୱନି ଧରି ରଖିଛି।

Share