Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜରେ ନଜର ଆସିବେ ନାହିଁ ଏହି ୫ କ୍ରିକେଟର, ନିରାଶ ହେବେ ପ୍ରଶଂସକ !

ନୂଆଦିଲ୍ଲୀ,୧୫।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ଖେଳାଯିବ। ଏହାପୂର୍ବରୁ କିଛି ଖେଳାଳି ସିରିଜରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଉପଲବ୍ଧ ରହିବେ ନାହିଁ। ସେହିଭଳି ଆଉ କିଛି ଖେଳାଳି ମଧ୍ୟ ସିରିଜ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଟେଷ୍ଟ ମ୍ୟାଚ୍‌ରେ ଆହତ ହୋଇ ବାଦ୍‌ ପଡ଼ିଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ, ଦ୍ରୁତ ବୋଲର ରିଚାର୍ଡସନ, ଦ୍ରୁତ ବୋଲର ଜୋଶ ହେଜଲଉଡ୍‌ ମଧ୍ୟ ସିରିଜ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

କହିରଖୁଛୁ, ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ପ୍ରତ୍ୟେକ ଦିନିକିଆ ସିରିଜ ଗୁରୁତ୍ୱ ବହନ କରୁଛି। ଅନେକ ଖେଳାଳି ଅଛନ୍ତି ବିଶ୍ୱକପକୁ ଟାର୍ଗେଟ ରଖି ଦଳରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହୁଁଛନ୍ତି। ତେଣୁ ଏହି ପର୍ଯ୍ୟାୟରେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ ହେବାକୁ ଯାଉଛି।

 

 

Share