Categories: ଜାତୀୟ

ଫାଶୀରେ ଲଟକିଲେ ୫ ପରିବାର ସଦସ୍ୟ

ପଟନା,୧୩।୩: ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାର ୫ ଜଣ ସଦସ୍ୟ ଫାଶୀରେ ଲଟକି ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ-ସ୍ବାମୀ ଏବଂ ୩ ସନ୍ତାନ ଘରେ ପାଶୀ ଦେଇ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାଧେପୁର ଥାନା ଅଞ୍ଚଳର ଗଦ୍ଦି ଗାଁରେ ମିଶ୍ରି ଲାଲ ସାହଙ୍କ ଘର ଗତ ୪-୫ ଦିନ ହେବ ବନ୍ଦ ରହିଥିଲା। ପରେ ଶୁକ୍ରବାର ରାତିରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ହେବାରୁ ଗାଁ ଲୋକେ ଝରକା ଭାଙ୍ଗି ପରିବାର ସଦସ୍ୟମାନେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଏହା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଟିମ୍‌ ପହଞ୍ଚି କବାଟ ଭାଙ୍ଗି ମିଶ୍ରି ଲାଲ ସାହ ଏବଂ ତାଙ୍କ ସ୍ତ୍ରୀ ରେଣୁ ଦେବୀ, ୨ ନାବାଳିକା ଝିଅ ଏବଂ ନାବାଳକ ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପରିବାର ସଦସ୍ୟମାନେ କାହିଁକି ଆତ୍ମହତ୍ୟା କରିଛନ୍ତି ଅଥବା ସେମାନଙ୍କୁ ହତ୍ୟା କରାଯିବା ପରେ ଫାଶୀରେ ଲଟକାଇ ଦିଆଯାଇଛି ତାହାର ତଦନ୍ତ ଜାରି ରହିଥିବା ଏସ୍‌ପି ମନୋଜ କୁମାର ସୂଚନା ଦେଇଛନ୍ତି।

Share