ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଞ୍ଚଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ସରେଇ, କରଦାଙ୍ଗି, ଖଳିଢିପ, କମଳାବଣି, ଚକଧର, ଆମ୍ବତଇଲା ପ୍ରମୁଖ ଗାଁ ଏବେ ତେଲକୋଇ ବ୍ଲକ ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇପଡିଛି। ଏନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Share