କାହିରା,୨୮।୭: ଇଜିପ୍ଟରେ ଟିକ୍ଟକ୍ ଓ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଉପରେ ଆଇନଗତ ପଦକ୍ଷେପ ନିଆଯାଉଛି। ଇଜିପ୍ଟର ଏକ ଅଦାଲତ ସାର୍ବଜନିକ ନୈତିକତା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫ ଟିକ୍ଟକ୍ ଷ୍ଟାରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ଟିକ୍ଟକ୍ ଷ୍ଟାରମାନେ ଯେଉଁ ସହୁ ଭିଡିଓ ପୋଷ୍ଟ କରିଛନ୍ତି ତାହା ଇସଲାମ ଧର୍ମ ବିରୋଧୀ। ଏହାସହ ସେମାନେ ଖୁବ୍ କମ୍ କପଡା ପିନ୍ଧିଥିବାରୁ ଏହାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ୫ ଜଣ ଷ୍ଟାର ମିଳିମିଶି ଯେଉଁ ଭିଡିଓ ପ୍ରସ୍ତୁତ କରିଥିଲେ ତାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏମାନେ ସମାଜର ନିୟମକୁ ମାନି ନ ଥିବାରୁ ଏମାନଙ୍କୁ ଦଣ୍ଡ ଦିଆଯିବ ଉଚିତ୍। କେବଳ ଜେଲଦଣ୍ଡ ନୁହେଁ ବରଂ ୧୯ ହଜାର ଆମେରିକୀୟ ଡଲାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଏହି ଷ୍ଟାରମାନଙ୍କ ମଧ୍ୟରୁ ଜଣଙ୍କୁ ପୂର୍ବରୁ ମଧ୍ୟ ଗିରଫ କରାଯାଇଥିଲା। ଉକ୍ତ ଯୁବତୀ ଜଣକ ଟିକ୍ଟିକ୍ ମାଧ୍ୟମରେ ଅର୍ଥ ଉପାର୍ଜନ କରିହେବା ଭଳି ଭ୍ରମାତ୍ମତ ସୂଚନା ଦେଉଥିବାରୁ ତାଙ୍କୁ ଗିରାଫ କରାଯାଇଥିବା ପ୍ରକାଶ ।