ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ୫ ରାଷ୍ଟ୍ରମୁଖ୍ୟ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାଥୀ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫ ରାଷ୍ଟ୍ରମୁଖ୍ୟ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। ସେମାନଙ୍କ ମଧ୍ୟରେ ମେକ୍ସିକୋ, ରୁଷ୍‌, ବ୍ରାଜିଲ୍‌, ତୁର୍କୀ ଏବଂ ଚାଇନା ଆଦିର ରାଷ୍ଟ୍ରମୁଖ୍ୟ ରହିଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ମେନୁଏଲ୍‌ ଲୋପେଜ୍‌ ଓବ୍ରେଡର କହିଛନ୍ତି ଯେ, ସମସ୍ତ ଆଇନଗତ ଲଢ଼େଇ ଶେଷ ହେବା ପରେ ସେ ଶୁଭେଚ୍ଛା ଜଣାଇବେ। ସେହିପରି ରୁଷ୍‌ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ମଧ୍ୟ ବାଇଡେନ୍‌ଙ୍କ ବିଜୟ ନେଇ ମୁହଁ ଖୋଲି ନାହାନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର ବୋଲ୍ସାନାରୋ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି। ସେହିପରି ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଡଓ୍ବାନ୍‌ ବାଇଡେନ୍‌ଙ୍କୁ ବିଜୟ ଅଭିନନ୍ଦନ ଜଣାଇ ନାହାନ୍ତି। ଚାଇନା ଆମେରିକା ନିର୍ବାଚନ ପୂର୍ବରୁ ଅନ୍ୟ ଦେଶର କୌଣସି ପ୍ରସଙ୍ଗରେ ସାମିଲ ହେବ ନାହିଁ ବୋଲି କହିଥିଲା। ଏବେ ବାଇଡେନ୍‌ଙ୍କ ବିଜୟ ନେଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସମ୍ପୂର୍ଣ୍ଣ ଚୁପ୍‌ ରହିଛନ୍ତି।

Share