୫ ଘଣ୍ଟା ପରେ ଉଦ୍ଧାର ହେଲା ହାତୀ

ବାଙ୍ଗିରିପୋଷି,୩।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅଧୀନ ଧୋବଣୀଶୋଳ ପଞ୍ଚାୟତ ଟେମ୍ବଟଲା ଗାଁରେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିବା ହାତୀକୁ ଉଦ୍ଧାର କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ପାହାଡ଼ ତଳକୁ ଓହ୍ଲାଇ ଗଁା ଆଡ଼କୁ ଚାଲି ଆସିଥିଲେ। ହେଲେ ହାତୀଟି ବାଟବଣା ହୋଇ କୂଅ ଭିତରେ ଖସିଯାଇଥିବା ଅନୁମାନ କରାଯାଇଛି। ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ଅଜୟ କୁମାର ଦାସଙ୍କ ଏକ ଟିମ୍‌ ସହ ଦମକଳ ବାହିନୀ ପହଞ୍ଚି ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ପ୍ରଥମେ ବିଫଳ ହୋଇଥିଲେ। ଶେଷରେ ୫ ଘଣ୍ଟା ପରେ ଜେସିବି ମେଶିନ ସାହାଯ୍ୟରେ ମାଟି ଖୋଳି ହାତୀକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହାତୀଟି ଜଙ୍ଗଲ ଭିତରକୁ ଚାଳି ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।