ଭୁବନେଶ୍ୱରରୁ ୫ ମୂର୍ତ୍ତି ଉଦ୍ଧାର, ଜଣେ ଗିରଫ

ପିପିଲି,(ସ୍ବ.ପ୍ର.): ପିପିଲି କାକୁଡ଼ିଆସ୍ଥିତ ଶ୍ରୀ ଗୋପୀନାଥ ଦେବ ମନ୍ଦିରରୁ ଚୋରି ୫ ମୂର୍ତ୍ତିକୁ ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳର ବାପୁନି ପାଢୀ(୨୯)। ତାଙ୍କଠାରୁ ଧାତବ ରତ୍ନର ଭଗବାନ ବିଷ୍ଣୁଙ୍କ ଭୂର୍ତ୍ତି, ମା’ ଲକ୍ଷ୍ମୀ ମୂର୍ତ୍ତି, କୃଷ୍ଣ ମୂର୍ତ୍ତି, ଶ୍ରୀରାଧା ମୂର୍ତ୍ତି ଓ ଗରୁଡ଼ ମୂର୍ତ୍ତି ଜବତ କରିଛି ପୋଲିସ। ଏହି ଘଟଣା ପଛରେ ଏକ ବଡ଼ ର଼୍ୟାକେଟ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଥିବାବେଳେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଅଧିକ ତଦନ୍ତ ଚଳାଇଛି।
ଗତ ଫେବୃୟାରୀ ୩୦ ରାତିରେ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର କବାଟ ଭାଙ୍ଗି ଏସବୁ ମୂର୍ତ୍ତି ଚୋରି ହୋଇଥିଲା। ପରଦିନ ସକାଳୁ ମନ୍ଦିର ପୂଜାରୀ ଜନାର୍ଦ୍ଦନ ଦୀକ୍ଷିତ ଚୋରି ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ ଜଣାଇବା ସହ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ପିପିଲି ପୋଲିସ ଗୁରୁତ୍ୱର ସହ ନେଇ ମାମଲା (ନଂ.୫୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ବଡ଼ ର଼୍ୟାକେଟରେ ସମ୍ପୃକ୍ତ ଥିବା ସୁରାକ ମିଳିବା ପରେ ଏସ୍‌ଟିଏଫ୍‌ ଟିମ୍‌ ଇନ୍‌ଚାର୍ଜ ଏସ୍‌. ବେଉରିଆଙ୍କ ସହିତ ପିପିଲି ପୋଲିସ ଭୁବନେଶ୍ୱରରେ ମିଳିତ ଚଢ଼ାଉ କରି ଅଭିଯୁକ୍ତ ବାପୁନିଙ୍କୁ ଗିରଫ କରିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ର଼୍ୟାକେଟର ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି।

Share