Categories: ଖେଳ

ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ରେଷ୍ଟୁରାଣ୍ଟରେ ଖାଇବା

ସିଡ୍‌ନୀ,୨।୧: ଦଳୀୟ ଖେଳାଳିଙ୍କ ହୋଟେଲରେ ନ ଖାଇ ରେଷ୍ଟୁରାଣ୍ଟରେ ଖାଇବା ୫ ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି। ଉପଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନି ଓ ପୃଥ୍ବୀ ଶ’ଙ୍କୁ ଆଇସୋଲେଶନରେ ରଖାଯାଇଛି। ଏହି ଖେଳାଳିମାନଙ୍କ ବିରୋଧରେ ଆସିଛି କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ। ଏ ନେଇ ଶନିବାର ସୂଚନା ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)।

୫ ଜଣ ଖେଳାଳି ନୂଆବର୍ଷ ଅବସରରେ ମେଲବୋର୍ନର ଏକ ରେଷ୍ଟୁରାଣ୍ଟରେ ଏକାଠି ଡିନର କରୁଥିଲେ। ଖେଳାଳିଙ୍କ ପାଇଁ ଜଣେ ଭାରତୀୟ ଫ୍ୟାନ ପେମେଣ୍ଟ କରିଥିଲେ ଓ ଉଇକେଟକିପର ପନ୍ତଙ୍କୁ ହଗ୍‌ କରିଥିବା ଟୁଇଟରରେ ଫଟୋ ଓ ଭିଡିଓ ପୋଷ୍ଟ କରି ଦାବି କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଏହାର ଯାଞ୍ଚ କରାଯାଉଛି। ତଦନ୍ତ ପରେ ହିଁ ଭାରତୀୟ ଖେଳାଳି ମାନେ ବାୟୋ-ସିକ୍ୟୁରିଟି ନିୟମର ଉଲ୍ଲଙ୍ଘନ କରିଛନ୍ତି କି ନାହିଁ ଜଣାପଡ଼ିବ। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉକ୍ତ ୫ ଖେଳାଳିଙ୍କୁ ଅନ୍ୟ ଖେଳାଳିମାନଙ୍କଠାରୁ ଅଲଗା ଏକାନ୍ତବାସରେ ରଖାଯାଇଛି ।

Share