ଲଗାଣ ବର୍ଷାରେ ୫ ମୃତ

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଲଘୁଚାପ ଓ ମୌସୁମୀଜନିତ ବର୍ଷାରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କାନ୍ଥ ପଡ଼ି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅଧୀନ ଘୁଙ୍ଗୁଟିପାଲ୍ଲୀ ଗ୍ରାମର ଦୀପା ବରାଲେଣ୍ଡିଆ, ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଦେହୁରୀପାଲ୍ଲୀ ଗ୍ରାମର ଗୋପାଳ ଗାରିଆ, ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ କୁଚେଇ ଗ୍ରାମର ବାସନ୍ତୀ ମୁଖୀଙ୍କ ମୃତ୍ୟୁ ଘଟିଛି। ସେହିପରି ମୋରଡ଼ା ବ୍ଲକ ଗଣ୍ଡଗୁହଳାଳି ଗ୍ରାମର ବୁଦ୍ଧେଶ୍ୱର ମାଝି ଏବଂ ମଙ୍ଗଳ ମାରାଣ୍ଡିଙ୍କ ପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଅଗଷ୍ଟରେ ହୋଇଥିବା ପ୍ରବଳ ବର୍ଷାରେ କେତେଜ ଜିଲାରେ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଚାଷଜମି ଜଳମଗ୍ନ ହେବା ସହ ବାଲି ମାଡ଼ିଯାଇଛି। ୭ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଏସଆର୍‌ସି କହିଛନ୍ତି। ରାଜ୍ୟରେ ଜୁନ୍‌ରୁ ଅଦ୍ୟାବଧି ୧.୩% ଅଧିକ ବର୍ଷା ହୋଇଛି। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩% ବେଶି ବର୍ଷା ହୋଇଥିଲା। ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ ୪୫.୨%ରୁ ଅଧିକ ବର୍ଷା ହୋଇଛି। ଯେଉଁ ଜିଲାଗଡ଼ିକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ହୋଇଥିଲା, ତାହା ଅଗଷ୍ଟରେ ଭରଣା ହୋଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।
ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୯% ଅଧିକ ହୋଇଥିବା ବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ୬ ଜିଲାରେ ସାଧାରଣଠାରୁ ୧୦୫ରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବର୍ଷିଛି। କେବଳ ନୂଆପଡ଼ା ଜିଲାରେ ୩୧.୯% କମ୍‌ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମଧରଣର ବୃଷ୍ଟିପାତ ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲା ପଡ଼ିଆ ବ୍ଲକରେ ୧୧୨.୩ ମି.ମି., ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୧୨୬ ମି.ମି. ବର୍ଷା ହୋଇଛି। ଏହାଛଡ଼ା ୨୨ ବ୍ଲକରେ ୫୦ ମିମି ଏବଂ ୫୯ ବ୍ଲକରେ ୨୦ରୁ ୫୦ ମି.ମି. ବର୍ଷା ରେକର୍ଡ କରାଯାଇଛି।
ବୈତରଣୀ ନଦୀର ଆଖୁଆପଦାଠାରେ ବିନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନ ଥିବାରୁ ଜଳସ୍ତର ଖୁବ୍‌ଶୀଘ୍ର କମିବ ବୋଲି ଅନୁମାନ କରାଯାଉଛି। ସେହିପରି ବାଲେଶ୍ୱର ଜିଲାର ବସ୍ତା ବ୍ଲକର ମଥାନିଠାରେ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ସ୍ଥିର ରହିଛି। କୋରାପୁଟ ଜିଲାର କୋଟପାଡ ବ୍ଲକ ଅନ୍ତର୍ଗତ ସୁରଲିଠାରେ ଜାତୀୟ ରାଜପଥ-୧୨ର ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁ ବୋରିଗୁମ୍ମାଠାରୁ ଜଗଦଲପୁର ରାସ୍ତା ବିଚ୍ଛିନ୍ନ ରହିଛି। ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌, ବ୍ଲକ ଓ ତହସିଲ କର୍ମଚାରୀମାନେ ପରିସ୍ଥିତି ପ୍ରତି ସଜାଗ ଅଛନ୍ତି। ବୃଷ୍ଟିପାତ ଯୋଗୁ ଜିଲାର ୧୨୦ଟି ବାସଗୃହ ଓ ଗୋଟିଏ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨.୫ ମିଲିମିଟର ବୃଷ୍ଟିପାତ ହୋଇଛି। ଫଳରେ କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, କେରାପୁଣ୍ଡା ପୋଲ ଉପରେ ବର୍ଷା ଜଳ ପ୍ରବାହିିତ ହେଉଛି। ବୁଧବାର ରାତିରେ ମାଥିଲି ବ୍ଲକର ୧୬୯ ଓ କାଲିମେଳା ବ୍ଲକର ୮୧ ଜଣଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟମ ଧରଣର ବୃଷ୍ଟିପାତ ଯୋଗୁ ଲଖନପୁର ତହସିଲର ୪ ପରିବାରର କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ସମ୍ପୃକ୍ତ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି। ଖୋର୍ଦ୍ଧା ଜିଲାର ମଲାଗୁଣି ନଦୀରେ ବଢ଼ି ଆସିବାରୁ ଖୋର୍ଦ୍ଧା ବ୍ଲକର ଓବରସିଂ ପଞ୍ଚାୟତର ହରିମଲ ଗ୍ରାମର କେତେକ ଚାଷଜମି ଜଳମଗ୍ନ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ

ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା...

ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ..

ଭୁବନେଶ୍ୱର,୧୯ା୩: ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ସମ୍ପ୍ରତି ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ନ ଯିବା ନେଇ ଚିନ୍ତାର ସମାଧାନ କରି...

ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ ୫୯ ଜଣ, ଧରା ପଡ଼ିବା ପରେ ୧୭୨୨୫ ଟଙ୍କା ହେଲା ଆଦାୟ

ନିରାକାରପୁର,୧୯ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ବିନା ଟିକେଟ୍‌ରେ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ସହ ଷ୍ଟେଶନରେ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ବୁଧବାର ଖୋର୍ଦ୍ଧା ରେଳ...

ନବ ଦାସଙ୍କ ପତ୍ନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦେଲେ ଭରସା

ଭୁବନେଶ୍ୱର, ୧୯।୩: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ।...

ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି

କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା,  ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପରିବାର

ଭୁବନେଶ୍ୱର,୧୯ା୩: ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ପରିବାର। ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ...

ଖୋର୍ଦ୍ଧାରେ ଖୋଲିବ ଫରେନସିକ୍‌ ସାଇନ୍ସ ୟୁନିଭର୍ସିଟି

ଖୋର୍ଦ୍ଧା,୧୯ା୩: ଓଡ଼ିଶାକୁ କେନ୍ଦ୍ର ସରକାର ଆଉ ଏକ ବଡ଼ ଭେଟି ଦେଇଛନ୍ତି। ଖୋର୍ଦ୍ଧାରେ ନ୍ୟାଶନାଲ ଫରେନସିକ୍‌ ସାଇନ୍ସ ୟୁନିଭର୍ସିଟି ଖୋଲିବ ବୋଲି କେନ୍ଦ୍ର ସରକାର ସ୍ତରରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image