Categories: ଜାତୀୟ

ଘରୁ ମିଳିଲା ପରିବାରର ୫ ମୃତଦେହ

ଚଣ୍ଡିଗଡ଼,୨୦।୧୨: ହରିୟାଣାର ହିସାର ଜିଲାରେ ଏକ ଘରୁ ଗୋଟିଏ ପରିବାରର ୫ଜଣଙ୍କ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ମୃତକମାନେ ହେଲେ ରମେଶ କୁମାର(୪୩), ତାଙ୍କର ସ୍ତ୍ରୀ ସବିତା(୩୫), ଦୁଇ ଝିଅ ଅନୁଷ୍କା(୧୪), ଦୀପିକା(୧୨) ଏବଂ ପୁଅ କେଶବ(୧୦)। ତେବେ ରମେଶଙ୍କ ମୃତଦେହ ଘର ନିକଟ ରାସ୍ତାରେ ପଡ଼ିଥିଲା। ରମେଶ ପ୍ରଥମେ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବୋଲି ପୋଲିସ କହିଛି। ସକାଳେ ରମେଶଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାର ତଦନ୍ତ ଚାପୋଲିସ କହିଛି।

Share