Categories: ଜାତୀୟ

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିମାନେ ହେଲେ ୬୦ବର୍ଷିୟ ଉଲୋବାଲା ବର୍ମନ, ୩୨ ବର୍ଷିୟା ଅନୁ ବର୍ମାନ, ୨୬ ବର୍ଷିୟ ମଲ୍ଲିକା ବର୍ମନ, ୧୦ ବର୍ଷିୟା ବିୟୁଟି ବର୍ମନ ଏବଂ ୬ ବର୍ଷିୟା ସ୍ନିଗ୍ଧା ବର୍ମାନ ବୋଲି ଜଣାପଡିଛି।ସ୍ଥାନୀୟ ପୋଲିସ ଏହି ମାମଲା ସମ୍ପର୍କରେ ସୂଚନା ଦେଇଛି। ପୋଲିସର ସୂଚନା ଅନୁଯାୟୀ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଦୁଇ ମହିଳା ଥିଲେ। ଘଟଣାର ଯାଞ୍ଚ ଚାଲିଛି। ମାମଲାର ତଦନ୍ତ କରୁଥିବା ପୋଲିସର ସୂଚନାନୁସାରେ, ଏହି ଘଟଣାରୁ ଜଣାପଡୁଛି ଯେ ପରିବାର ଲୋକଙ୍କୁ ହତ୍ୟା କରାଯାଇଛି। ଘଟଣାର ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Share