ନିଶ୍ଚିନ୍ତକୋଇଲି, ୧୨।୪ (ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଛାତି ଥରାଇଦେବା ଭଳି ଏକ ଘଟଣା ଘଟିଛି। ବଡ଼ଭାଇଙ୍କ ସମେତ ପରିବାରର ୫ ସଦସ୍ୟଙ୍କୁ ହାଣି ହତ୍ୟା କରିଛନ୍ତି ସାନଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ବଡ଼ଭାଇ ଅଲେଖ ସାହୁ, ସ୍ତ୍ରୀ ରଶ୍ମି ପୃଷ୍ଟି, ଝିଅ ସ୍ମୃତିସନ୍ଧ୍ୟା ସାହୁ, ସ୍ମୃତି ସହେଲି ସାହୁ, ପୁଅ ସୌରଭ ସାହୁ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାଲିଚନ୍ଦ୍ରପୁର ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ଚଳାଇଛି।