Categories: ଜାତୀୟ

ପରିବାରର ୫ଜଣଙ୍କୁ ହତ୍ୟା

ଲକ୍ଷ୍ନୌ,୨୪।୪: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଦୁର୍ବୃତ୍ତମାନେ ୨ ବର୍ଷର ଶିଶୁ କନ୍ୟା ସମେତ ପରିବାରର ୫ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ ରାମ କୁମାର ଯାଦବ (୫୫), ସ୍ତ୍ରୀ କୁସୁମ ଦେବୀ (୫୨), ବୋହୂ ସବିତା (୨୭), ଝିଅ ମନୀଷା (୨୫) ଏବଂ ନାତୁଣୀ ମିନାକ୍ଷୀ (୨)। ଏହି ସମୟରେ ରାମ କୁମାରଙ୍କ ପୁଅ ସୁନୀଲ ଘରେ ନ ଥିଲେ। ରାମ କୁମାରଙ୍କ ଆଉ ଜଣେ ନାତୁଣୀ ବର୍ତ୍ତି ଯାଇଥିବା ସ୍ଥାନୀୟ ପୋଲିସ କହିଛି। ଶନିବାର ସକାଳୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସ ୭ ଗୋଟି ଟିମ୍‌ ଗଠନ କରି ଯାଞ୍ଚ ଆରମ୍ଭ କରିଦେଇଛି।

Share