Categories: ଜାତୀୟ

କୁନୋ ଜାତୀୟ ଉଦ୍ୟାନରେ ଆଉ ୫ ଚିତାଙ୍କୁ ଅବାଧ ବିଚରଣ ପାଇଁ ଛଡ଼ାଯିବ

ନୂଆଦିଲ୍ଲୀ, ୯ା୫: ବର୍ଷାଋତୁ ପୂର୍ବରୁ ୫ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ବିଚରଣ ଲାଗି ଛାଡ଼ିଦିଆଯିବ। ସେମାନଙ୍କୁ ନାମିବ୍ୟାରୁ ଅଣାଯିବା ପରେ ସ୍ଥାନୀୟ ବାତାବରଣ ସହ ଖାପ ଖୁଆଇବା ପାଇଁ ଅନୁକୂଳନ କ୍ୟାମ୍ପ୍‌ରେ ରଖାଯାଇଥିଲା। ପ୍ରୋଜେକ୍ଟ ଚିତାର ବର୍ତ୍ତମାନର ସ୍ଥିତି ସମୀକ୍ଷା ପରେ ବିଶେଷଜ୍ଞ ଟିମ୍‌ ସେମାନଙ୍କୁ ମୁକ୍ତ ବିଚରଣ ଲାଗି ଛାଡ଼ିବା ନିମନ୍ତେ ନିଷ୍ପତ୍ତି ନେଇଥିବା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share