ଭୁବନେଶ୍ୱର,୧୫।୨(ବ୍ୟୁରୋ): ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟରେ ଆଉ ୫ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଅବସର ନେଇଥିବା ଅଧିକାରୀମାନେ ହେଲେ କଳାହାଣ୍ଡି ଆଇୟୁସିଏଡବ୍ଲ୍ୟୁ ଡିଏସ୍ପି ରବୀନ୍ଦ୍ର ସେଠି, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର, ବଲାଙ୍ଗୀର ବଙ୍ଗମୁଣ୍ଡା ଥାନା ଇନ୍ସପେକ୍ଟର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଏବଂ କରଞ୍ଜିଆ ଏନ୍ଏସି ପୂର୍ବତନ ନିର୍ବାହୀ ଅଧିକରୀ ବିଜୟ ନାୟକ। ଏ ପର୍ଯ୍ୟନ୍ତ ୧୫୧ ଅଧିକାରୀଙ୍କୁ ରାଜ୍ୟ ସରକାର ଅବସର ଦେଇସାରିଲେଣି।