Categories: ଜାତୀୟ

ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୮।୯-ଭାରତକୁ ମିଳିବ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ। ଖୁବଶିଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବ ଏହି ୫ ଯୁଦ୍ଧ ବିମାନ। ରାଫେଲ ନିର୍ମାଣକାରୀ କମ୍ପାନୀ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ୫ ବିମାନ ଭାରତରେ ପହଞ୍ଚିବା ପରେ ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସଂଖ୍ୟା ୧୦ ରେ ପହଞ୍ଚିବ। ଅକ୍ଟୋବର ଶେଷ ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଲଦାଖରେ ଚୀନ ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ରାଫେଲ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ସହିତ ସୀମାରେ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଫ୍ରାନ୍ସରୁ ପ୍ରାୟ ୫୮ ହଜାର କୋଟି ଟଙ୍କାରେ ଭାରତ ସରକାର ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ସ୍ବାକ୍ଷରିତ କରିଛନ୍ତି। ୨୦୨୧ ସୁଦ୍ଧା ଭାରତ ଏହି ସମସ୍ତ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି, ସେଥିମଧ୍ୟରୁ ୧୦ ଟି ଚଳିତ ବର୍ଷ ଭାରତୀୟ ବାୟୁ ସେନାରେ ସାମିଲ ହେବ।

Share