Categories: ଖେଳ

ବଢ଼ୁଛି କ୍ରେଜ୍‌: ଲିଜେଣ୍ଡସ୍‌ ଲିଗ୍‌ରେ ଖେଳିବା ନେଇ ସ୍ପଷ୍ଟ କଲେ କ୍ରିସ ଗେଲ୍‌ଙ୍କ ସମେତ ଆଉ ୫ ଭେଟେରାନ୍‌

ନୂଆଦିଲ୍ଲୀ,୨୦।୧: ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫେବୃୟାରୀ ୨୭ରୁ ମାର୍ଚ୍ଚ ୮ ଯାଏ ଖେଳାଯିବ। ଏଥିରେ ଶାହିଦ ଆଫ୍ରିଦି, ମିସବା-ଉଲ୍‌-ହକ୍‌ ଏବଂ ଏସ୍‌. ଶ୍ରୀସନ୍ତଙ୍କ ଭଳି ଭେଟେରାନଙ୍କ ପରେ କ୍ରିସ୍‌ ଗେଲ ସମେତ ଆଉ ୫ ଖେଳାଳି ଖେଳିବା ସ୍ପଷ୍ଟ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ, ଶ୍ରୀଲଙ୍କାର ଦିଲହରା ଫର୍ନାଣ୍ଡିସ୍‌, ଇଂଲଣ୍ଡର ମଣ୍ଟି ପାନସର ଏବଂ ଆଫଗାନିସ୍ତାନର ଅସଗର ଆଫଗାନ ଲିଗ୍‌ରେ ଖେଳିବାକୁ ନିଶ୍ଚିତ କରିଛନ୍ତି। ସେମାନେ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ବହୁତ ଉତ୍ସାହିତ ଥିବା କହିଛନ୍ତି।

କ୍ରିସ ଗେଲ କହିଛନ୍ତି, ‘ଟୁର୍ନାମେଣ୍ଟର ଗତ ସିଜନ ଭାରତରେ ଖେଳାଯାଇଥିଲା। ସେହି ସମୟରେ ପ୍ରଶଂସକଙ୍କ ଉତ୍ସାହ ଦେଖି ମଜା ଲାଗିଥିଲା। ଏବେ ଦୋହାର ପାଳି। ’ସେହିଭଳି ଇରଫାନ କହିଛନ୍ତି, ‘ଲିଗ୍‌ର ଅଭିଜ୍ଞତା ବହୁତ ଭଲ ରହି ଆସିଛି। ଏହି ଲିଗ୍‌ରେ କିମ୍ବଦନ୍ତୀ ଖେଳାଳିଙ୍କ ସହ ଖେଳିବା ବହୁତ ମଜାଦାର ହେବ’।

Share