Categories: ଜାତୀୟ

ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ୫ ନାମ ସୁପାରିସ

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀକୁ ପଦୋନ୍ନତି ନିମନ୍ତେ ୫ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ମଙ୍ଗଳବାର କଲେଜିୟମ ବୈଠକ ବସି ଏହି ନିଷ୍ପତ୍ତି ନିଆଯିବା ସହ ପ୍ରସ୍ତାବ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟରେ ଅପ୍‌ଲୋଡ୍‌ ହୋଇଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ବିପିନ ସାଙ୍ଘିଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟ, ବମ୍ବେ ହାଇକୋର୍ଟର ଅମଜାଦ ଏ. ସୟେଦଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ, ବମ୍ବେ ହାଇକୋର୍ଟର ଏସ୍‌.ଏସ୍‌. ସିନ୍ଧେଙ୍କୁ ରାଜସ୍ଥାନ ହାଇକୋର୍ଟ, ଗୁଜରାଟର ରଶ୍ମିନ ଏମ୍‌. ଛାୟାଙ୍କୁ ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ ହୋଇଛି। ସେହିପରି ତେଲଙ୍ଗାନା ହାଇକୋର୍ଟ ବିଚାରପତି ଥିବା ଉଜ୍ଜଲ ଭୂୟାଙ୍କୁ ସେଠାରେ ମୁଖ୍ୟ ବିଚାରପତି କରିବାକୁ କଲେଜିୟମ ସୁପାରିସ କରିଛନ୍ତି। ଏହା ବ୍ୟତୀତ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ଲାଗି ସୁପାରିସ କରାଯାଇଛି।

Share