ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ 

ପୁରୁଷୋତ୍ତମପୁର,୬/୭(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା ବେଳେ ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ ପ୍ରତିଷ୍ଠା ଲାଗି  ଆଇନ ବିଭାଗର ଚିଠି ନଂ୭୫୦୮/୦୫/୦୭/୨୦୨୨ ପ୍ରକାରେ ବିଞପ୍ତି ପ୍ରକାଶ କରିଛନ୍ତି । ପୁରୁଷୋତ୍ତମପୁର ସହ ହିଞ୍ଜଳିକାଟୁରେ ମଧ୍ୟ ସିଭିଲ୍ ଜଜ୍(ସିନିୟର ଡିଭିଜନ) ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ହେବ।

ଏହାସହ ଧରାକୋଟ, କୁକୁଡାଖଣ୍ଡି ଓ ଗଞ୍ଜାମରେ ମଧ୍ୟ  ଜେଏମଏଫସି କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ  ଚିଠି ନଂ ୭୫୦୨/ ୦୫୦୭/୨୦୨୨ ପ୍ରକାରେ  ବିଞପ୍ତି ପ୍ରକାଶ ପାଇଛି।  ଯାହା ଦ୍ଵାରା ଅତି ଶୀଘ୍ର ନୂତନ କୋର୍ଟ ମାନ ଖୋଲାଯିବାର ସ୍ବଷ୍ଟ ହୋଇପଡିଛି। ପୁରୁଷୋତ୍ତମପୁରରେ କୋର୍ଟ ଖୋଲିବାକୁ ନେଇ ଓକିଲମାନେ ମିଠା ଖୁଆଇ ଖୁସି ମନାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ...

ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା...

କୋକସରାରେ ରେକର୍ଡ ବର୍ଷା: ଚାଷୀଙ୍କ ଫସଲ ନଷ୍ଟ

କୋକସରା,୨୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ୧୩୫ ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି। ବର୍ଷା ଯୋଗୁ କୋକସରା...

ବର୍ଷାରେ ଭାଙ୍ଗିଲା ଘର: ପଲିଥିନ ତଳେ ପରିବାର

କୋକସରା,୨୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମରେ ପାଞ୍ଚପ୍ରାଣୀ କୁଟୁମ୍ବ ସହ ରହନ୍ତି ଧନସାଏ ଧରୁଆ। ଝାଟିମାଟି...

ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ...

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବେକରେ ଗାମୁଛା ଲଗାଇ ଛୁଲିପଡିଲେ ଯୁବକ, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ, ୨୬।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri