ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ୫ ଅସୁସ୍ଥ

ଆରଡ଼ି,୧୦ା୬(ଡି.ଏନ୍‌.ଏ.): ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ ଡିହସାହି ଗାଁରେ। ଅସୁସ୍ଥମାନେ ହେଲେ ଅନିମା ମଲିକ, ନିରୁପମା ମଲିକ, ନେରିମା ମଲିକ, ଲକି ମଲିକ ଓ ସୁଶୀଲ ମଲିକ(୪)ବର୍ଷ।

ସୁଶୀଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ପରୀକ୍ଷିତ ମଲ୍ଲିକଙ୍କ ପରିବାର ଲୋକେ ବଜାରରୁ ଉକୁଣୀ ଔଷଧ ଆଣି ଗୁରୁବାର ଅପରାହ୍ନରେ ମୁଣ୍ଡରେ ଲଗାଇଥିଲେ। ଔଷଧ ମୁଣ୍ଡରେ ମାରିବାର କିଛି ସମୟରେ ସେମାନଙ୍କ ମୁଣ୍ଡ ବୁଲାଇଥିଲା। ପରେ ସେମାନେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ପରିବାର ଲୋକେ ଆରଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁଶୀଲଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

Share