ନ୍ୟୁୟର୍କରୁ ଆସିଲା ଖୁସି ଖବର: କମିଲା କରୋନା ସଂକ୍ରମଣ

ନ୍ୟୁୟର୍କ,୨୯।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ଅଣନିଶ୍ୱାସି ହୋଇ ପଡିଥିବା ଆମେରିକା ଏବେ ଧୀରେ ଧୀରେ ନିଶ୍ୱାସ ମାରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ସହର ହୋଇଥିବା ବେଳେ ଏବେ ସେଠାରୁ ଆସିଛି ଏକ ଖୁସି ଖବର। ଗତ ରବିବାର ଏଠାରେ ସବୁଠାରୁ କମ୍‌ ମାତ୍ର ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଶନିବାର ଏଠାରେ ମୃତ୍ୟୁ ସଂଖ୍ୟା ୧୩ ଥିବା ବେଳେ ରବିବାର ଏହା କମ୍‌ ହୋଇଯିବା ସମସ୍ତଙ୍କୁ ସମାନ୍ୟ ଆଶ୍ୱସ୍ତି ଦେଇଛି ବୋଲି ଆଲୋଚନା ହେଉଛି। ମାର୍ଚ୍ଚ ୧୫ ପରେ ରାଜ୍ୟରେ ହୋଇଥିବା କରେନା ମୃତ୍ୟୁ ତୁଳନାରେ ଏହା ସବୁଠାରୁ କମ୍‌ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଗତ ଏପ୍ରିଲରେ ପାଖାପାଖି ୮୦୦ଜଣଙ୍କ ମୃତ୍ୟୁ ହେଉଥିଲା। ତେଣୁ ସେହି ଅନୁପାତରେ ଏବେ ଆମେରିକାର ମୃତ୍ୟୁ ସଂଖ୍ୟା କମ୍‌ ହୋଇଥିବା କୁହାଯାଉଛି। ସେପଟେ କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ସହର ଭାବେ ନ୍ୟୁୟର୍କ ବେଶ୍‌ ଜଣାଶୁଣା। ନ୍ୟୁୟର୍କରେ ଏବେ ସୁଦ୍ଧା କରୋନା ସଂକ୍ରମଣରେ ୨୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Share