ପାହାଡ଼ରୁ ପଥର ଖସି ପଡିଲା ଡଙ୍ଗା ଉପରେ: ୫ ମୃତ, ୩୨ ଆହତ

ବ୍ରାସିଲିଆ,୯ ।୧: ବ୍ରାଜିଲର ମିନସ ଗେରୈସ ରାଜ୍ୟରେ ଶନିବାର ପାହାଡରୁ ପଥର ଖଣ୍ଡ ଖସି ପଡି ଏହାର ନିମ୍ନ ଭାଗରେ ନୌକାରେ ଯାତ୍ରା କରୁଥିବା ଲୋକଙ୍କ ଉପରେ ପଡିଥିଲା । ଫଳରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୩୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟ ୯ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଯାଞ୍ଚ କରାଯାଉଥିବା ବେଳେ ଦକ୍ଷିଣପୂର୍ବ ବ୍ରାଜିଲର ଲ୍ୟାଣ୍ଡଲକ ରାଜ୍ୟ ମିନସ ଗେରୈସର ପୂବତନ ଗଭର୍ନର ରୋମୁ ଜେମା କହିଛନ୍ତି, ପ୍ରବଳ ବର୍ଷା ଯୋଗୁ କୌପିଟୋଲିୟୋରେ ଫର୍ନାସ ହ୍ରଦରେ ପାହାଡର କିଛି ଅଂଶ ଭାଙ୍ଗି ପଡିଥିଲା । ଜେମା ଟୁଇଟ୍ କରି ଲେଖିଛନ୍ତି ଏହି ଦୁଃଖଦ ସମୟରେ ସେ ମୃତାହତଙ୍କ ପରିବାର ସହ ଅଛନ୍ତି । ଏହାସହ ଆବଶ୍ୟକ ସୁରକ୍ଷା ଓ ସହାୟତା ପ୍ରଦାନ କରିବାର କାର୍ଯ୍ୟ ଜାରି ରଖିବେ । ତେବେ ନିଖୋଜଙ୍କୁ ଖୋଜିବାରେ ସାମନ୍ୟ ବିଳମ୍ବ ହେଉଛି । କାରଣ ରାତିରେ ବୁଡାଳିମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖିଛନ୍ତି ।

Share