ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଜାରି କରାଯିବ ୫ ପାଉଣ୍ଡର କଏନ

ଲଣ୍ଡନ,୫ ।୧: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଏଥର ୫ ପାଉଣ୍ଡର ଏକ ନୂଆ କଏନ ଜାରି କରାଯିବ ବୋଲି ଜଣାପଡିଛି । ସୋମବାର ବ୍ରିଟେନ ରୟାଲ ମିଟ କହିଛି ୨୦୨୧ରେ ଜାରି କରାଯିବାକୁ ଥିବା ସ୍ମାରକ କଏନ ମଧ୍ୟରେ ଏହା ଗରୁତ୍ୱପୂର୍ଣ୍ଣ । ୫ ପାଉଣ୍ଡର କଏନ ବିଶେଷ ଭାବେ ରାଜ ପରିବାରର ଆୟୋଜନରେ ଜାରି କରାଯାଇଥାଏ । ଏଥର ଜାରି ହେବାକୁ ଥିବା କଏନରେ ଇଆଇଆଇଆର ଉପରେ ଇଂରାଜିରେ ଲେଖାଯିବ ମାଇଁ ହାର୍ଟ ଆଣ୍ଡ ମାଇଁ ଡିଭୋଶନ ଅର୍ଥାତ୍ ମୋର ହୃଦୟ ଓ ମୋର ଭକ୍ତି । ଏହା ୧୯୫୭ରେ ସମ୍ରାଟଙ୍କ ଖ୍ରୀଷ୍ଟମାସ ବାର୍ତ୍ତାରେ ସାମିଲ କରାଯାଇଥିବା ବେଳେ ସର୍ବପ୍ରଥମେ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା । ରୟାଲ ମିଟ କହିଛି ରାଜ ପରିବାର ପକ୍ଷରୁ ଜାରି କରାଯାଉଥିବା ସ୍ମାରକ କଏନ ବ୍ରିଟେନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନର ପ୍ରତିକ ହୋଇଥାଏ । ସେ କହିଛନ୍ତି ୨୦୨୧ରେ ଜାରି ହେବାକୁ ଥିବା ସ୍ମାରକ କଏନରେ ସ୍କଟିଶ ଉପନ୍ୟାସକାର ସାର୍ ବାଲଟର ସ୍କଟଙ୍କ କାହାଣୀ ଓ ତାଙ୍କ ଗବେଷଣାକୁ ସମର୍ପିତ କରାଯିବ ଯାହା ବ୍ରିଟିଶ ଇତିହାସକୁ ଜୀବନ୍ତ କରିବ ।

Share