Categories: ଜାତୀୟ

ତିହାରରେ ତାଣ୍ଡବ: ନିଜକୁ ଆହତ କଲେ ୫ କଏଦୀ

ନୂଆଦିଲ୍ଲୀ,୭ ।୧: ତିହାରର ୩ ନମ୍ବର ଜେଲରେ ୫ ଜଣ କଏଦୀ ମୁଣ୍ଡ ବାଡେଇ ଲହୁ ଲୁହାଣ ହୋଇଥିବା ଜଣାପଡିଛି । ସିସି ଟିଭି କ୍ୟାମେରାରେ କଏଦୀଙ୍କର ଏହି କାଣ୍ଡ ଦେଖିବା ପରେ ତୁରନ୍ତ ଜେଲ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିଛିଦିନ ହେବ କଏଦୀମାନେ ପରସ୍ପର ଉପରକୁ ଆକ୍ରମଣ କରୁଥିବାରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ଏଥିରେ ବ୍ୟସ୍ତ ବିବ୍ରତ ହୋଇ କଏଦୀମାନେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ଏମାନେ ସମସ୍ତେ ଜେଲରେ ଲାଗିଥିବା ଲୁହା ରଡରେ ମୁଣ୍ଡ ପିଟିପିଟି ଫଟାଇଥିବା ଦେଖିବାକୁ ମିଳିଛି । ଜେଲ ମହାନିର୍ଦ୍ଦେଶକ ସନ୍ଦିପ ଗୋୟଲ କହିଛନ୍ତି କଏଦୀମାନେ ନିଜେ ନିଜକୁ ଆଘାତ କରିଛନ୍ତି । ଏହା ମଙ୍ଗଳବାରର ଘଟଣା ବୋଲି ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଜଣେ କଏଦୀଙ୍କ ନିକଟରେ ମୋବାଇଲ ଥିବା ୱାଡର ସୂଚନା ଦେବା ପରେ ଏହାର ଯାଞ୍ଚ କରାଯିବା ସମୟରେ ଭୟରେ କଏଦୀ ଜଣକ ମୋବାଇଲଟିକୁ ଗିଳି ଦେଇଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Share