ଆମେରିକା ନିର୍ବାଚନରେ ୫ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୬।୧୧(ପି.ଟି.): ଆମେରିକା ହାଉସ୍‌ ଅଫ୍‌ କମନ୍ସ ପାଇଁ ଆସନ୍ତା ୮ ତାରିଖରେ ହେବାକୁ ଯାଉଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ୫ ଜଣ ପ୍ରମୁଖ ଭାରତୀୟ-ଆମେରିକୀୟ ରାଜନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯଦି ରାଜନୈତିକ ବିଶେଷଜ୍ଞମାନଙ୍କ ପୂର୍ବାନୁମାନକୁ ବିଶ୍ୱାସ କରାଯାଏ, ତେବେ ଏହି ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିଜୟୀ ହେବାର ଶହେ ପ୍ରତିଶତ ସମ୍ଭାବନା ରହିଛି। ସେମାନଙ୍କ ମଧ୍ୟରୁ ଡେମୋକ୍ରାଟିକ୍‌ ପାର୍ଟିରୁ ଲଢ଼ୁଥିବା ଆମି ବେରା, ରାଜା କ୍ରିଷ୍ଣମୂର୍ତ୍ତି, ରୋ ଖାନ୍ନା ଏବଂ ପ୍ରମିଳା ଜୟପାଲ। ସେମାନେ ହାଉସ୍‌ ଅଫ୍‌ କମନ୍ସକୁ ପୁନଃ ନିର୍ବାଚିତ ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ମିଚିଗାନର ୧୩ତମ ନିର୍ବାଚନ ମଣ୍ଡଳୀରୁ ଶିଳ୍ପପତି ତଥା ବ୍ୟବସାୟୀ ଶ୍ରୀ ଥାନେଦାର ଡେମୋକ୍ରାଟିକ୍‌ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। କାଲିଫର୍ନିଆରୁ ପ୍ରାର୍ଥୀ ହୋଇଥିବା ୫୭ ବର୍ଷୀୟ ବେରା ଏଥର ଜିତିଲେ ଷଷ୍ଠ ଥର ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ସଦସ୍ୟ ହେବେ। ସେହିପରି ଖାନ୍ନା ଏବଂ କ୍ରିଷ୍ଣମୂର୍ତ୍ତି କ୍ରମାଗତ ଚତୁର୍ଥ ଥର ଲାଗି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ଯିବେ। ପ୍ରଥମ ଭାରତୀୟ ମହିଳା ଭାବେ ଚେନ୍ନାଇ ଜନ୍ମିତ ଜୟପାଲ ନିର୍ବାଚିତ ହେବାକୁ ଯାଉଛନ୍ତି।

Share