Categories: ବାଣିଜ୍ୟ

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ଫାଇଭ ଷ୍ଟାର ରେଟିଂ

ଭୁବନେଶ୍ୱର,୧୪।୯: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ‘ଫାଇଭ ଷ୍ଟାର ରେଟିଂ’ ଦିଆଯାଇଛି। ଏପରିକି ଜେଏସ୍‌ଏଲ୍‌ର ହିସାର ପ୍ଲାଣ୍ଟକୁ ବ୍ରିଟିଶ ସେଫ୍ଟି କାଉନସିଲ ପକ୍ଷରୁ ବୃତ୍ତିଗତ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ଫାଇଭ ଷ୍ଟାର ରେଟିଂ ମିଳିଛି। ଏହି ସ୍ବୀକୃତି କର୍ମଚାରୀମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଦିଗରେ କମ୍ପାନୀର ସମର୍ପଣ ମନୋଭାବକୁ ଦର୍ଶାଉଛି। ସେହିଭଳି ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ପ୍ରଦାନ କରାଯାଇଥିବା ଏହି ଫାଇଭ ଷ୍ଟାର ରେଟିଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ସ୍ବାସ୍ଥ୍ୟ ଓ ନିରାପତ୍ତା ପରିଚାଳନାରେ ରହିଥିବା ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିଫଳିତ କରୁଛି। ଏପରିକି ଅଡିଟ୍‌ ପ୍ରକ୍ରିୟାରେ କମ୍ପାନୀର ସୁରକ୍ଷା ନୀତି, ପଦ୍ଧତି ଏବଂ ଅଭ୍ୟାସଗୁଡିକର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ସହିତ ବରିଷ୍ଠ ପରିଚାଳନା ବୃନ୍ଦ ଏବଂ କର୍ମଚାରୀଙ୍କ ସହ ସାକ୍ଷାତକାର ଏବଂ ଅନ୍‌-ସାଇଟ୍‌ ଯାଞ୍ଚ ଅନ୍ତଭୁର୍କ୍ତ ଥିଲା। ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଏମଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବ୍ରିଟିଶ ସେଫ୍ଟି କାଉନସିଲରୁ ‘ଫାଇଭ ଷ୍ଟାର ରେଟିଂ’ ହାସଲ କରିବା ଆମ ପାଇଁ ସମ୍ମାନର ବିଷୟ ହୋଇଥିଲାବେଳେ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆମର ନିରନ୍ତର ପ୍ରୟାସର ଏହା ଏକ ବଳିଷ୍ଠ ପ୍ରତିଫଳନ ହୋଇଛି। ସୁରକ୍ଷା ଉପରେ ଆମର ଗୁରୁତ୍ୱ କେବଳ ଅନୁପାଳନରେ ସୀମିତ ନୁହେଁ ବରଂ ଆମେ ଦୈନନ୍ଦିନ ଅପରେଶନରେ ସୁରକ୍ଷାକୁ ନିବିଡ଼ ଭାବେ ସାମିଲ କରିଛୁ।

Share