୫ ରାଜ୍ୟକୁ ମିଳିବ ପ୍ରଥମ ବ୍ୟାଚ୍‌ କୋଭିଡ୍‌-୧୯ କୋଭିଫର ଔଷଧ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ହେଟ୍ରୋ ଔଷଧ ନିର୍ମାତା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରେମଡିସିଭିରର ପ୍ରଥମ ବ୍ୟାଚ୍‌ ୫ଟି ରାଜ୍ୟକୁ ଯୋଗାଇ ଦିଆଯିବ। ରେମଡିସିଭିରରୁ ପ୍ରସ୍ତୁତ କୋଭିଫର ଔଷଧର ୨୦ ହଜାର ବୋତଲ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ଏବଂ ତେଲଙ୍ଗାନାକୁ ପଠାଯିବ। ଏହି ୧୦୦ ମିଲିଗ୍ରାମ୍‌ ବୋତଲର ଦାମ ୫,୪୦୦ ଟଙ୍କା ରହିଛି। ଏହାର ଦ୍ୱିତୀୟ ବ୍ୟାଚ୍‌ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ବାଡ଼ା, କୋଚି, ତ୍ରିଭେନ୍ଦ୍ରମ୍‌ ଏବଂ ଗୋଆକୁ ପଠାଯିବ। ୪ ସପ୍ତାହରେ ଏକ ଲକ୍ଷ ବୋତଲ କୋଭିଫର ପ୍ରସ୍ତୁତି ଲାଗି କମ୍ପାନୀ ଯୋଜନା କରିଛି।

Share