ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମାରିଉପୋଲରେ ହେଲାଣି ୫ ହଜାର ଲୋକଙ୍କ ମୃତ୍ୟୁ

କ୍ୱିଭ,୨୯ ।୩: ରୁଷିଆ ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହେବାରେ ଲାଗିଛି ୟୁକ୍ରେନର ବଡ ବଡ ସହର । ରୁଷିଆ ସେନାଙ୍କ ଦ୍ୱାରା ୟୁକ୍ରେନର ମାରିଉପୋଲ ସହରରେ ହୋଇଥିବା ଆକ୍ରମଣ ପରେ ଯେଉଁ ଖବର ଆସିଛି ତାହା ଛାତି ଥରାଇ ଦେଇଛି । ସହରର ମେୟର ୱେଦିନ ବୋଇଚେଂକୋଙ୍କ ସୂଚନା ଅନୁସାରେ ରୁଷିଆ ଆକ୍ରମଣରେ ସହରରେ ୫ ହଜାର ଲୋକଙ୍କର ମୃତ୍ୟୁ ହେଲାଣି । ଏମାନଙ୍କ ମଧ୍ୟରେ ୨୧୦ ଶିଶୁ ସାମିଲ ଅଛନ୍ତି । ଏହାସହ ସହରର ୪୦ ପ୍ରତିଶତ ବଡ ବଡ ବିଲଡିଂ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ଅଧିକାଂଶ ଘରର ବହୁ ଅଂଶ ନଷ୍ଟ ହୋଇଯାଇଛି । ଏହି ଆକ୍ରମଣ ମଧ୍ୟରେ ସହରର ପ୍ରାୟ ୩,୨୦,୦୦୦ ଲୋକ ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୧,୬୦,୦୦୦ ଲୋକ ସହର ମଧ୍ୟରେ ଫସି ରହିଥିବା କୁହାଯାଉଛି । ସହରରେ ଥିବା ଲୋକେ ଏବେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି ।

Share